ପ୍ରବଳ ଭିଡ଼ ରେ ଶ୍ରଦ୍ଧାଳୁଙ୍କୁ ପୋଲିସ ର ସେବା ପ୍ରଦାନ:ଓଡିଶା ଖବର

ପୁରୀ : ପବିତ୍ର ସଂକ୍ରାନ୍ତି ଓ ଏକାଦଶୀ ତିଥି ଅବସରରେ ରବିବାରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସିଂହଦ୍ୱାର ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବାଧାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଖରାର ଉତ୍ତାପ କୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସିଂହଦ୍ୱାର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସେବାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାଶଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଗ୍ରାଣ୍ଡ ସେଣ୍ଟର ସମ୍ମୁଖରେ ଭକ୍ତମାନଙ୍କୁ ଥଣ୍ଡା ପାଣି ବୋତଲ ଓ ଦହି ପାଣି ବଣ୍ଟନ କରିଥିଲେ। ଦୀର୍ଘ ସମୟ ଧରି ଲାଇନରେ ରହୁଥିବା ଭକ୍ତମାନଙ୍କ ପାଇଁ ଏହି ବ୍ୟବସ୍ଥା ବହୁତ ସହାୟକ ହେବା ସହ ଭକ୍ତ ଙ୍କୁ ଗରମରୁ ଅଳ୍ପ ଆସ୍ୱସ୍ତି ମିଳିଥିଲା।
ସିଂହଦ୍ୱାର ପୁଲିସର ସେବା ପ୍ରଦାନ ଶ୍ରଦ୍ଧାଳୁଙ୍କ ଆଧ୍ୟାତ୍ମିକ ଯାତ୍ରାକୁ ଆରାମଦାୟକ ଓ ସୁରକ୍ଷିତ କରିବାରେ ସହଯୋଗ କରିଥିଲା ।
ପୋଲିସ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଥିବା ପୁଲିସ ସୂଚନା ଦେଇଛି। ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top