ପୁରୀ ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘ ନିର୍ବାଚନ ସନ୍ତୋଷ ମହାନ୍ତି ସଭାପତି:ଓଡିଶା ଖବର

ପୁରୀ ପୋଲିସ ହାବିଲଦାର ଓ କନଷ୍ଟେବଳ ସଂଘର ନିର୍ବାଚନ ସଫଳତାର ସହିତ ସମ୍ପନ୍ନ ହୋଇଥିବା ବେଳେ ବିଭିନ୍ନ ପଦପିରେ ନୂତନ ପଦାଧିକାରୀମାନେ ବିଜୟୀ ହୋଇଛନ୍ତି। ସଭାପତି ପଦରେ ଶ୍ରୀ ସନ୍ତୋଷ କୁମାର ମହାନ୍ତି ବିଜୟୀ ହୋଇଥିବାବେଳେ ଉପ ସଭାପତି ଭାବେ ଶ୍ରୀ ସନ୍ତୋଷ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ଏହା ସହିତ ସମ୍ପାଦକ ପଦରେ ଶ୍ରୀ ସୂର୍ଯ୍ୟତାପ ଜେନା, କୋଷାଧ୍ୟକ୍ଷ ଭାବେ ଶ୍ରୀ ଦିଲ୍ଲୀପ ଭୋଇ ଏବଂ ସହ ସମ୍ପାଦକ (କ) ଭାବେ ଶ୍ରୀ ମହେଶ୍ୱର ସୋରେନ ଓ ସହ ସମ୍ପାଦକ (ଖ) ଭାବେ ଶ୍ରୀ ସତ୍ୟନାରାୟଣ ନାୟକ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରୀ ସଭ୍ୟ ଭାବେ ଶ୍ରୀ ଗୋଲଖ ବିହାରୀ ସାହୁ, ଶ୍ରୀ ହେମନ୍ତ ସାହୁ, ଆରତୀ ମହାରଣା, ଶ୍ରୀ ଅରୁଣ କୁମାର ମଲ୍ଲିକ ଓ ଶ୍ରୀ ମଙ୍ଗରାଜ ମଲ୍ଲିକ ବିଜୟୀ ହୋଇଛନ୍ତି।
ନବନିର୍ବାଚିତ ସମସ୍ତ ପଦାଧିକାରୀମାନେ ଆଜି ଅନୁଷ୍ଠାନିକ ଭାବେ ନିଜ ନିଜ ପଦ ଗ୍ରହଣ କରିଥିବା ସହ ଆଗାମୀ ଦୁଇ ବର୍ଷ ପାଇଁ ସଂଘର ଦାୟିତ୍ୱ ପାଳନ କରିବେ। ଏହି ଅବସରରେ ସଂଘର ସଦସ୍ୟମାନେ ନବନିର୍ବାଚିତ ଦଳକୁ ଅଭିନନ୍ଦନ ଜଣାଇ ସେମାନଙ୍କ ନେତୃତ୍ୱରେ ସଂଘ ଆହୁରି ସଶକ୍ତ ଓ ସକ୍ରିୟ ହେବ ବୋଲି ଆଶା ପ୍ରକାଶ କରିଥିଲେ।
ନବ ପଦାଧିକାରୀମାନେ ସଂଘର ସଦସ୍ୟମାନଙ୍କ ହିତରକ୍ଷା, ସମନ୍ୱୟ ଓ ସେବାମୂଳକ କାର୍ଯ୍ୟକଳାପକୁ ଆଗେଇ ନେବାରେ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top