ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ।:ଓଡିଶା ଖବର|

ପୁରୀ: ସୂଚନା ଅଧିକାର ଆଇନ ଏକ ଯୁଗାନ୍ତକାରୀ ପଦକ୍ଷେପ।ଏହାଦ୍ୱାରା ସାଧାରଣ ଲୋକ ଅନେକ ସୁଫଳ ପାଉଥିବା ବେଳେ ଅଧିକାରୀ ବା କର୍ମଚାରୀ ମାନଙ୍କୁ କର୍ମତତ୍ପର କରାଇ ପାରିଛି ବୋଲି କହିଛନ୍ତି ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ.ଚିତ୍ତରଞ୍ଜନ ଦ୍ବିବେଦୀ।ଆଜି ଅପରାହ୍ନ ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୂଚନା ଅଧିକାର ଆଇନ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ ଡ. ଦ୍ବିବେଦୀ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହେବା ପରେ ସମାଜ ରେ ବ୍ୟାପକ ପରିବର୍ତ୍ତନ ଆସିଛି।ସାଧାରଣ ଭାବେ ସମସ୍ତ କାର୍ଯ୍ୟାଳୟ ମାନଙ୍କ ରେ କର୍ମ ପ୍ରବଣତା ବୃଦ୍ଧି ପାଇଛି।ପୂର୍ବାପେକ୍ଷା ଆଇନ ରେ ଆବଶ୍ୟକତା ଅନୁସାରେ ସଂଶୋଧନ ଏହାକୁ ଅଧିକ ଦକ୍ଷ କରିଛି ବୋଲି ସେ କହିବା ସହ ସମସ୍ତ ନାଗରିକ ଏହାର ଉପଯୋଗ କରି ସୁଫଳ ନେବାକୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ର ଜନ ସୂଚନା ଅଧିକାରୀ ସୂର୍ଯ୍ୟକାନ୍ତ ସ୍ବାଇଁ, ସହକାରୀ ଜନ ସୂଚନା ଅଧିକାରୀ ଡ. ସ୍ନିଗ୍ଧା ସୁହାଗିନୀ ପ୍ରମୁଖ ଯୋଗ ଦେଇ ସୂଚନା ଅଧିକାର ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଅନୁପାଳନ ସମ୍ପର୍କରେ ଆଲୋକପାତ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ କର୍ମଶାଳା କୁ ପରିଚାଳନା କରିବା ସହ ଏହି ଆଇନ ଭଲ କାମ କରୁଥିବା କର୍ମଚାରୀ ଙ୍କ ପାଇଁ ଯେତିକି ଆନନ୍ଦ ଦାୟକ ଅନିୟମିତତା ବା ଦୁର୍ନୀତି କରୁଥିବା କର୍ମଚାରୀ ମାନଙ୍କ ପାଇଁ ତତୋଧିକ ଭୟ ପ୍ରଦାନକାରୀ।ଯଦି ନିଜ କାମକୁ ନିୟମ ଅନୁସାରେ ଜଣେ ସଠିକ ଭାବେ ନିର୍ବାହ କରୁଛନ୍ତି ତଥ୍ୟ ଠିକ ଭାବେ ଦେଇ ପାରୁଛନ୍ତି ତେବେ ଏ ଆଇନ ଦ୍ୱାରା ତାଙ୍କର କିଛି କ୍ଷତି ହେବ ନାହିଁ।କିନ୍ତୁ ଅନିୟମିତତା ବା ତଥ୍ୟ ନ ଦେବା କ୍ଷେତ୍ର ପାଇଁ ଏହି ଆଇନ ରେ କାର୍ଯ୍ୟାନୁଷ୍ଠାନ ରହିଛି ବୋଲି ସେ ସୂଚନା ଦେବା ସହ ସଠିକ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ମାଷ୍ଟର ଟ୍ରେନର ସଂଗ୍ରାମ କେଶରୀ ପୃଷ୍ଟି, ହରିହର ମହାନ୍ତି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ପୂର୍ବରୁ ଅନୁଷ୍ଠିତ ଇଂରାଜୀ ଓ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ର, ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top