
ବିଶ୍ବହିନ୍ଦୁ ପରିଷଦ ପୁରୀଜିଲ୍ଲା କମିଟି ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରବିବାର ଅପରାହ୍ନରେ ସ୍ଥାନୀୟ ହୋଟେଲ ଅତିଥି ର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ପରିଷଦର ପୁରୀଜିଲ୍ଲା ସଭାପତି ରଘୁନାଥ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପରିଷଦର ଓଡ଼ିଶା ପୂର୍ବ ପ୍ରାନ୍ତ ସଂପାଦକ ଉମାଶଙ୍କର ଆଚାର୍ଯ୍ୟ, ସଂଗଠନ ମନ୍ତ୍ରୀ ଶରତ କୁମାର ପ୍ରଧାନ ଏବଂ ବଜରଙ୍ଗଦଳ ସଂଯୋଜକ ପ୍ରଭାତଭୂଷଣ ତ୍ରିପାଠୀ ପ୍ରାନ୍ତ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ। ନିଜନିଜର ବକ୍ତବ୍ୟ ରେ ଅଧ୍ୟକ୍ଷ ଓ ପଦାଧିକାରୀ ଗଣ ୧୯୬୪ ମସିହା ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ତିଥିରେ ବମ୍ବେର ସାନ୍ଦିପନୀ ଆଶ୍ରମରେ ଜନ୍ମଗ୍ରହଣ କରିଥିବା ବିଶ୍ବହିନ୍ଦୁ ପରିଷଦ ଏବେ ପଚାଶ ରୁ ଉର୍ଦ୍ଧ୍ବ ଦେଶରେ କିପରି ସେବା ଓ ହିନ୍ଦୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କରିଥିଲେ। ବୈଠକରେ ପୁରୀଜିଲ୍ଲାର ନୂତନ ଉପସଭାପତି ଭାବେ ଚିତ୍ତରଂଜନ ଆଚାର୍ଯ୍ୟ ଓ ଶାନ୍ତିଲତା ନାୟକ, ସହସଂପାଦକ ଗୌରବ କର ଓ ବିଭୂନି ସାମନ୍ତରାୟ, ପ୍ରଚାରପ୍ରସାର ପ୍ରମୁଖ ନାରାୟଣ ଦାଶ, ଧର୍ମଯାତ୍ରା ମହାସଂଘ ପ୍ରମୁଖ ସୋମନାଥ ମହାପାତ୍ର, ବଜରଙ୍ଗଦଳ ସଂଯୋଜକ ଶାନ୍ତନୁ କୁମାର ପାଣ୍ଡେ, ସହସଂଯୋଜକ ଗଣେଶ ଚନ୍ଦ୍ର ମହାପାତ୍ର, ସୁରକ୍ଷା ପ୍ରମୁଖ ଦିଲ୍ଲୀପ କୁମାର ବୈଶାକ୍, ଦୂର୍ଗାବାହିନୀ ସଂଯୋଜିକା ରୋଶନୀ ପାଢ଼ୀ, ଧର୍ମପ୍ରଚାର ପ୍ରମୁଖ ପ୍ରମୋଦ କୁମାର ପ୍ରଧାନ ଏବଂ ସତସଙ୍ଗ ପ୍ରମୁଖ ଜୟକୃଷ୍ଣ ମୁଦ୍ରା ଙ୍କ ନାମକୁ ପ୍ରାନ୍ତ ସଂପାଦକ ଶ୍ରୀ ଆଚାର୍ଯ୍ୟ ଘୋଷଣା କରିଥିଲେ। ପରେପରେ ସଭାପତି ଶ୍ରୀ ମହାପାତ୍ର ସନାତନ ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ଧାମ ଶ୍ରୀକ୍ଷେତ୍ର ବା ପୁରୀନଗରର ନୂତନ ସଭାପତି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର ଙ୍କ ନାମକୁ ଘୋଷଣା କରାଯିବା ସହ ଉପସଭାପତି ଭାବେ ସୁମନ୍ତ କୁମାର କୁମାର ପ୍ରଧାନ ଓ ବିଭୁପ୍ରସାଦ ମିଶ୍ର, ସହସଂପାଦକ ରାଜପ୍ରିତମ୍ ମହାପାତ୍ର, ସତସଙ୍ଗ ପ୍ରମୁଖ ରାମନାଥ ଗୁରୁ, ମାତୃଶକ୍ତି ସଂଯୋଜିକା ସଂଯୁକ୍ତା ରଥ, ବଜରଙ୍ଗଦଳ ସହସଂଯୋଜକ ଦେବାଶୀଷ ମହାପାତ୍ର, ଧର୍ମାଚାର୍ଯ୍ୟ ସଂପର୍କ ପ୍ରମୁଖ ଗଙ୍ଗାଧର ଖୁଣ୍ଟିଆ, ଅଧିବକ୍ତା ପରିଷଦ ପ୍ରତାପ କୁମାର ମିଶ୍ର ଏବଂ ଦୂର୍ଗାବାହିନୀ ସଂଯୋଜିକା ଭାବେ ସନ୍ତୋଷିନୀ ମହାନ୍ତି ଙ୍କ ନାମ ଘୋଷଣା କରାଯାଇଥିଲା। ଏମାନଙ୍କ ସମେତ ପୁରୀନଗରର ସମସ୍ତ ଦଶଟି ବସତିର ସଂପାଦକ, ସହ ସଂପାଦକ ଓ ବଜରଙ୍ଗଦଳର ସଂଯୋଜକ ମାନଙ୍କ ନାମ ଘୋଷଣା କରାଯାଇ ସେମାନଙ୍କୁ ନିଜନିଜ ଅଞ୍ଚଳରେ ଜନସଂପର୍କ ଓ ସେବା କରିବା ନିମନ୍ତେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ନଗର ସଂପାଦକ ଶୁଭ୍ରପ୍ରକାଶ ପଣ୍ଡା ବୈଠକକୁ ସଂଯୋଜନା କରିଥିଲେ।
